Followers

Saturday 11 July 2020

Odia poetry by Gangotri Priyadarshini from Umerkote,Odisha,India

କାଲି ଶାଶୁ ଘର ଚାଲିଯିବି

ଯେବେ ଚାଲିଯିବି ମୁଁ ଶାଶୁ ଘର,
ମାଆଲୋ ଶରୀର ସିନା ଯିବ ଏଠୁ
ଆତ୍ମା ମୋର ରହିଯିବ  ,
ତୋ ପଣତ କାନି ଉହାଡେ
କାହାକୁ କହିବି ମନ କଥା
ତୋ ଝିଅ ତୋ ଆଖି ସାମ୍ନା ରେ
ପରଝିଅ ହେଇ ଯିବ ।।

ବାପା,ବାହାରୁ ଆସିଲେ ଏଥର
ଗ୍ଲାସରେ ପାଣି ,ଗାମୁଛା ଧରି ,
ମୁଁ ଆସି ପାରିବିନି
ଜାଣିଛି ମୋ ଗଲା ପରେ ,
କେତେ ଦିନ ଯାଏ ମୋ ନାଁ
ଆପେ ବାହାରି ଆସିବ;
ଦେଖ ଆଜି ଯାଏ ତୁମ ସମ୍ମାନ ରଖି
ସୁନା ଝିଅ ହେଇ ରହିଲି  ।।
ମାଆ ଆଉ ତୁମେ ,
ଏତିକି ଆଶୀର୍ବାଦ କରିବ
ପ୍ରତ୍ୟେକ ଜନ୍ମରେ
ମୁଁ ତୁମ ଝିଅ ହେଇ ଜନ୍ମିବି ।।

ଭାଇ ଏଥର ତୁ କାହାର ,
ରାଗ ଅଭିମାନ ମୋ ଉପରେ
ସାରି ପାରିବୁନି,
ମୁଁ ତୋତେ ବିରକ୍ତ କରେଇବା
ପାଇଁ ନଥିବି,
ଘର ତୋତେ ଲାଗିଲା
ସୁଖ ସୌଭାଗ୍ୟ ତୋତେ ଲାଗିଲା ।।
କଥା ଦେ ଭାଇ ଯେବେ ଆସିଲେ
ତୋ ଘର ପଖାଳ ଗଣ୍ଡେ ,
ସୁବିଧା ଅସୁବିଧାରେ ଭାଇ ତୋ ଆଶ୍ରା
କେବେ ଭଙ୍ଗିବୁନି ରାଣ ରହିଲା ।।

ସବୁ ଅଳି ଅର୍ଦ୍ଦଳି ଏରୁଣ୍ଡୀ ଏପଟେ
ଛାଡ଼ି ଯାଉଛି,
ପାଇ ଥିବା ସବୁ ସ୍ନେହ ସରାଗ ଏଇଠି
ଛାଡ଼ି ଯାଉଛି ,
କିଛି ଦିନ ମୋ ସ୍ୱର ଖାଲି ସୁଭିବ,
କେହି କିଛି ପ୍ରକାଶ ନକଲେ ବି
ମନେ ମନେ ମନ କାନ୍ଦିବ ।।
କଥା ଦଉଛି ସମସ୍ତଙ୍କୁ ନିଜର କରିବି
ଦୁଃଖରେ ସୁଖେରେ ଭାଗୀ ହେବି,
ଆଦର୍ଶ ବୋହୁ ହେଇ ଚଳିବି,
ପରିବାରର ସଂସ୍କାର ରକ୍ଷା କରିବି,
ସମସ୍ତଙ୍କୁ ମନେ ପକେଇ
ଓଢ଼ଣା ତଳେ ଖୁବ୍ କାନ୍ଦିବି ।।

No comments:

Post a Comment

Featured post

poetry priya by Madhab chanda Jena