Followers

Monday 27 July 2020

Odia Poem by Renubala Mohapatra from Bhubaneswar,Odisha,India

ଜାଣେନା

ଜାଣେନା ତୁମକୁ ଖୋଜୁ ଖୋଜୁ
କେବେ ଥକି ଯିବ ମୋର ପାଦ
    ଜାଣେନା ତୁମକୁ ଭାବୁ ଭାବୁ
    କେବେ ହଜି ଯିବ ମୋର ନିଦ
ତଥାପି ମୁଁ ଚାଲୁ ଥିବି,ତୁମକୁ ଖୋଜୁ ଥିବି
    ଜାଣି ବି ତୁମର ସେଇ ଫନ୍ଦ
    ଜାଣେନା ତୁମକୁ......
ମାଣିକ ଗୌଡୁଣି  ପରି
 ହେବନି ଭାଗ୍ୟ ମୋହରି
ଦାସିଆ ବାଉରୀ ପରି
    ନଡ଼ିଆ ନେବନି ଧରି
ମୁଜେ ଭକ୍ତ ନୁହେଁ ତୁମର
      ତଥାପି ଲାଗ ନିଜର
ଭାଙ୍ଗିନ କେବେ ହୃଦ ମୋର
ଜାଣେନା ତୁମକୁ......
ବନ୍ଧୁ ମହାନ୍ତି ପରି
      ବନ୍ଧୁ ହେବିନି ବୋଲି
ଜାଣିଛ ତୁମେ ପ୍ରଭୁ
   ଏମିତି ଡାକୁଛି ଖାଲି
ପାଦ ଧୋଇ ଆଖି ଲୁହରେ
    ଭକ୍ତ କିବା ହେବି ସତରେ
    ବୁଝୁନି ଏ ମୋର  ହୃଦ
ଜାଣେନା ତୁମକୁ......

No comments:

Post a Comment

Featured post

poetry priya by Madhab chanda Jena