Followers

Saturday 11 July 2020

Odia poem by Tapaswini Behera from Puri,Odisha,India

ବାହାରେ ବର୍ଷା


ବାହାରେ ବର୍ଷା,,
ଖୁବ୍ ସାରା ବର୍ଷା...
ମୋ ମନ ଅଗଣାର
କଦମ୍ବ ବନଟା କିନ୍ତୁ
ମଉଳି ଗଲାଣି......
ଏଇ ଦେଖୁନ,,,,
ମୋ ହୃଦୟର ଓଦା ମାଟି,
କେମିତି ତୁମ ତତଲା ପ୍ରେମରେ
ଫାଟି ଆଁ କରିଲାଣି......

ତାକୁ ବି...
ତୁମ ଭାବନାରେ
ଭିଜିବା ଦରକାର,,
ଭରଷାର ବରଷାରେ
ତିନ୍ତିବା ଦରକାର,,
ଦେଇଥିବା ଦରଜକୁ
ଭୋଗିବା ଦରକାର.....

ହେଲେ କାଇଁଯେ.......
ହଉ ନ ହେଲା ନାଇଁ,,,
ବାନ୍ଧିଦେଲି ଦରୁଟିଆ ସ୍ମୃତି ସବୁ
ଗଣ୍ଠିଦେଇ ସାତସିଆଁ
ପଣତ କାନିରେ.........
ଉଡାଇଲି ମନଟାକୁ
ପଙ୍ଗୁଥିବା ପବନରେ,,
ପାପୁଲିଏ ପ୍ରତୀକ୍ଷାର
ଅନୁରକ୍ତ ଅଲୋଡା ପ୍ରେମରେ.......

ହେଲେ ସବୁଗଲାପରେ
ପରସ୍ତ ପରସ୍ତ ଖାଲି
ଦରସିଝା କ୍ଷତ,,,,,,
ପାହାଡର ପରଦା ପଛରେ ରହି
ମୁଦ ଦିଆ ଯଉଘରେ
କରୁଛି   ଉତ୍ପାତ.........

No comments:

Post a Comment

Featured post

poetry priya by Madhab chanda Jena