Followers

Saturday 23 February 2019

Poetry Palabhuta by Madhab Chandra Jena published in Ame Odia

ପାଳଭୁତ

ନିରଧୁମ ଏ ଖରାବେଳ
ନଇଁଗଲା ପରେ ବି
ଜଗିଛି ମୁଁ ତମ
ଧାନବିଲ ଓ ଅନେକ
ଅସଜଡ଼ା ଖେତ
ଆଗରୁ ଯେମିତି ହସୁଥିଲି
ଏବେବି ସେମିତି ହସୁଚି
ବିଶ୍ୱାସର ମାଟି ହାଣ୍ଡି ମୁଣ୍ଡେଇ
ଠିଆ ହେଇଚି ତମର ସେ
ନିର୍ବାକ ପାଳଭୁତ ।

No comments:

Post a Comment

Featured post

poetry priya by Madhab chanda Jena