Followers

Saturday 9 February 2019

Poetry Bandhu by Madhab chandra Jena Published in Ame odia Magazine

ବନ୍ଧୁ

---------- 

ଦେହ ସିନା ମିଶି ଯାଏ

ମଶାଣି ଭୁଇଁରେ ,
ନଦୀ ସିନା ଶୁଖିଯାଏ
ମରୁର ନିଆଁରେ

ଜହ୍ନ ସିନା ଲୁଚିଯାଏ ସୁରୁଜ ଛୁଆଁରେ
ଲୁହ ସିନା ହଜିଯାଏ
ଓଠ ଅଗଣାରେ

କୋହ ସିନା ଜଳୁଥାଏ ମନ ଆଇନାରେ
ବନ୍ଧୁ କିନ୍ତୁ ବଞ୍ଚି ରହେ
ବନ୍ଧୁର ସ୍ମୃତିରେ

ହୃଦୟର ରକ୍ତ କବରୀରେ ।


No comments:

Post a Comment

Featured post

poetry priya by Madhab chanda Jena