Followers

Sunday 28 June 2020

Odia poetry by Madhumita Mishra from Bhubaneswar,Odisha,India

ବିସ୍ତୀର୍ଣ୍ଣ ସ୍ଵର୍ଣ୍ଣ ପଞ୍ଜୁରୀର ମୁକ୍ତ ବିହଙ୍ଗ…

ପାଦରେ ହୀରକ ଶୃଙ୍ଖଳ…
ପକ୍ଷ କେବେ କିନ୍ତୁ ନୁହଁ ବିଶୃଙ୍ଖଳ..
କାରଣ..??
ଖୋଜେନା..

ଅଳ୍ପାଧାର ପୂର୍ଣ୍ଣ ସୁସ୍ୱାଦୁ ଭୋଜ୍ୟ..
ସ୍ଵଚ୍ଛାରେ କେବେ ନୁହଇ ଯେ ତ୍ୟଜ୍ୟ…
କାରଣ..!!
ଜାଣେନା…

ଆବାହନ ନୁହେଁ ପରିସରଭୁକ୍ତ..
ଆକଣ୍ଣ୍ଠ କିନ୍ତୁ ମୁକ୍ତା ମାଣିକ୍ୟଯୁକ୍ତ…
କାରଣ..??
ମିଳେନା...

କ୍ଷୁଦ୍ର ଅବୟବ ବିଶାଳ ଆଳୟ..
କ୍ଷୁବ୍ଧ ମନେ କିନ୍ତୁ ନାହିଁ ଯେ ପ୍ରଳୟ..
କାରଣ..!!
ପାଏନା..

ସ୍ଵର୍ଣ୍ଣ ପଞ୍ଜୁରୀର ମୁକ୍ତ ବିହଙ୍ଗ ..

କୋଳାହଳ ମଧ୍ୟେ ସଦା ନିସଂଗ ..

କାରଣ..!!

ଜାଣି.. କହେନା…!!!

By Madhumita Mishra
Bhubaneswar
Odisha

No comments:

Post a Comment

Featured post

poetry priya by Madhab chanda Jena