Followers

Saturday, 1 June 2019

Odia Poetry by Madhu Chanda Das

ବେଳେବେଳେଇଚ୍ଛାହୁଏ

ବେଳେବେଳେ ଇଚ୍ଛାହୁଏ,

ଚାଲିଯିବି ମୁଁ ସେହି ଅଗଣାକୁ,

କୁନିକୁନି ପାଦ ନେଇ

ଟଳିଟଳିଚାଲୁ ଚାଲୁ

ଧରି ପକାଉଥିଲା

କେହି ମୋ ହାତଟିକୁ।


ଟାଣିନେଇ ନିକଟକୁ

ଗପୁଥିଲା କେତେ ଗପ,

ରାଜା ରାଣୀ ବୁଢ଼ୀ ଅସୁରୁଣୀ,

ଆଉ ଜଳନ୍ତା ପ୍ରଦୀପ।

ଖାଉଥିଲି ମୁଁ

ତା କୋଳେ ବସି,

ସର ପୁଳି ଦହି ଭାତ

ସବୁବେଳେ ହସିହସି।

ବେଳେବେଳେ ଇଚ୍ଛାହୁଏ

ଡାକିଦେବି ହାତଠାରି

ହସି ରଙ୍ଗ ଅଧରେ

ଫିଟିଯିବ ଶିକୁଳି

ହୋଇଯିବୁ ମୁକୁଳି

ଧାଇଁଆସି କୁଣ୍ଢେଇବୁ

ଧରିନେବି ହାତଟିକୁ

ଟାଣିନେବି ମୋ ପାଖକୁ

କିନ୍ତୁ ନା,ନା

ପାରିବିନି ତୋତେ ଡ଼ାକି

ମୁଁ ନିଜ ପାଖକୁ

ଦେବି ନାହିଁ ତୋ ମନରେ,

ଆଉ କେବେ ଦୁଖଃ।

ସାରା ରାତି ଚେଇଁ ରହି

କଲୁ ମୋର ଲାଳନ,

ସର୍ବସ୍ଵ ସମର୍ପି ଦେଇ

ଗଢିଲୁ ମୋ ଜୀବନ।

ସୁପ୍ରସ୍ତୁତ କରି ଠିଆ କଲୁ

ମୋତେ ନେଇ

ଏ ସଂଗ୍ରାମରେ

ନାଁ ତାର ଜୀବନ,

ହାରିନାହିଁ ହାରିବନି

ତୋ ଅମୃତ ସନ୍ତାନ।

ଲଢିଛି, ଲଢୁଛି

ଆଉ

ପୁଣି ଲଢି ଚାଲିଥିବି

ଏ ଜୀବନ ଯୁଦ୍ଧକୁ।

ସର୍ବସ୍ୱ ସମର୍ପି ଦେଇ

ଲଢିବି, ମୁଁ ତୋ ସନ୍ତାନ

ମାଆ

ଆଣି ଦେବି ତୋ ଜୀବନରେ

ସୁଖ ଆଉ ସମ୍ମାନ।

------------------------------------

By Madhu chanda Das 
NabarangPur,
Odisha,
India

No comments:

Post a Comment

Featured post

poetry priya by Madhab chanda Jena