Followers

Monday, 13 May 2019

Odia poetry Prasna by Madhu Chanda Das


         ପ୍ରଶ୍ନ
--------------------------------
“ପ୍ରଶ୍ନ” ଦୁଇ ଅକ୍ଷରିଆ ଶବ୍ଦ ଟିଏ,
ଶବ୍ଦ ଟିଏ ନୁହଁ ସାଗର ଟିଏ,
ପ୍ରଶ୍ନ ଯା ସାଥେ ଥାଏ ଉତ୍ତର,
କିନ୍ତୁ.....
ସବୁ ପ୍ରଶ୍ନ ପଚାରିବା କଣ ସମ୍ଭବପର ?
କିଛି ପ୍ରଶ୍ନ ରହିଯାଏ ଓଠରେ
କିଛି ପୁଣି ରହିଯାଏ ମନରେ  ।
ବେଳେ ବେଳେ  ମନ ହୁଏ,
କଣ ମୋ  ପ୍ରଶ୍ନ ର କିଛି ଉତ୍ତର ନାହିଁ ?
ଖୋଜି ଚାଲେ  ଅନ୍ଧାର ରାତିରେ
କୁହୁଡି ତଳର  ଧୂଆଁରେ
ଦପ ଦପ ଜଳୁଥିବା
ମନର ନିଆଁରେ  ।
ଅପଚରା ପ୍ରଶ୍ନ ମୋର,
ପୁଣି ରହିଯାଏ ମନରେ
ଜଳିଯାଏ  ପ୍ରଶ୍ନ ସବୁ
ଦପ ଦପ ଜଳୁଥିବା
ମନର ନିଆଁରେ ....।
--------------------------
By Madhu chanda Das 
NabarangPur,
Odisha,
India

No comments:

Post a Comment

Featured post

poetry priya by Madhab chanda Jena