Followers

Saturday 18 May 2019

odia poetry Jibana by Madhab chandra Jena published in Ame odia magazine

ଜୀବନ

ଜୀବନ
ମିଶାଣ ଫେଡ଼ାଣ
ଗୁଣନ ହରଣର
ଏକ ଲମ୍ବା ସମୀକରଣ
କଷି କଷି
ବେଦମ ହେବା ପରେ
ମିଳେ ଏକ ଛୋଟ ଉତ୍ତର
ଶୂନ ।

Monday 13 May 2019

Odia poetry Prasna by Madhu Chanda Das


         ପ୍ରଶ୍ନ
--------------------------------
ପ୍ରଶ୍ନ ଦୁଇ ଅକ୍ଷରିଆ ଶବ୍ଦ ଟିଏ,
ଶବ୍ଦ ଟିଏ ନୁହଁ ସାଗର ଟିଏ,
ପ୍ରଶ୍ନ ଯା ସାଥେ ଥାଏ ଉତ୍ତର,
କିନ୍ତୁ.....
ସବୁ ପ୍ରଶ୍ନ ପଚାରିବା କଣ ସମ୍ଭବପର ?
କିଛି ପ୍ରଶ୍ନ ରହିଯାଏ ଓଠରେ
କିଛି ପୁଣି ରହିଯାଏ ମନରେ 
ବେଳେ ବେଳେ  ମନ ହୁଏ,
କଣ ମୋ  ପ୍ରଶ୍ନ କିଛି ଉତ୍ତର ନାହିଁ ?
ଖୋଜି ଚାଲେ  ଅନ୍ଧାର ରାତିରେ
କୁହୁଡି ତଳର  ଧୂଆଁରେ
ଦପ ଦପ ଜଳୁଥିବା
ମନର ନିଆଁରେ 
ଅପଚରା ପ୍ରଶ୍ନ ମୋର,
ପୁଣି ରହିଯାଏ ମନରେ
ଜଳିଯାଏ  ପ୍ରଶ୍ନ ସବୁ
ଦପ ଦପ ଜଳୁଥିବା
ମନର ନିଆଁରେ ....
--------------------------
By Madhu chanda Das 
NabarangPur,
Odisha,
India

Featured post

poetry priya by Madhab chanda Jena