ମୁଁ କେବେ ଗାଈ କେବେ ଘାସ 
କେବେ କେବେ ମୁଁ                                        
ଦୁଇ ଭାଗରେ ବାଣ୍ଟି ହୁଏ l
ଉପର ହିସ୍ସା ଗୋଟେ ଗାଈ 
ଯିଏ ସହର ସାରା ଘାସ ଖୋଜିଖୋଜି 
ହତାଶ ହୁଏ ଆଉ 
ସଞ୍ଜ ନଇଁବା ଆଗରୁ 
ପଲିଥିନ,କାଗଜ,ଖାଇ 
ପେଟ ଭରି ଦିଏ
l
ତଳ ହିସ୍ସା ପାଲଟି ଯାଏ 
ରାସ୍ତା କଡର ଘାସ,
ଯିଏ ଦିନ ସାରା 
ସଭିଙ୍କ ପାଦ ତଳେ ଦଳି ହୁଏ 
ରାତି ସାରା କାକର ପିଉ ଥାଏ l
ସକାଳ ହେଲେ ପୁଣି 
ଉଠି ଠିଆ ହୁଏ l
କେବେ କେବେ ମୁଁ 
ଦୁଇ ଭାଗରେ ବାଣ୍ଟି ହୁଏ 
ଉପର ହିସ୍ସା ଗୋଟେ ଗାଈ 
ଆଉ ତଳ ହିସ୍ସା କଅଁଳ 
ଘାସରେ ବଦଳିଯାଏ
By ମାଧବ ଚନ୍ଦ୍ର ଜେନା  (Madhab
Chandra Jena)
No comments:
Post a Comment