Followers

Monday, 27 July 2020

Odia Poem by Renubala Mohapatra from Bhubaneswar,Odisha,India

ଜାଣେନା

ଜାଣେନା ତୁମକୁ ଖୋଜୁ ଖୋଜୁ
କେବେ ଥକି ଯିବ ମୋର ପାଦ
    ଜାଣେନା ତୁମକୁ ଭାବୁ ଭାବୁ
    କେବେ ହଜି ଯିବ ମୋର ନିଦ
ତଥାପି ମୁଁ ଚାଲୁ ଥିବି,ତୁମକୁ ଖୋଜୁ ଥିବି
    ଜାଣି ବି ତୁମର ସେଇ ଫନ୍ଦ
    ଜାଣେନା ତୁମକୁ......
ମାଣିକ ଗୌଡୁଣି  ପରି
 ହେବନି ଭାଗ୍ୟ ମୋହରି
ଦାସିଆ ବାଉରୀ ପରି
    ନଡ଼ିଆ ନେବନି ଧରି
ମୁଜେ ଭକ୍ତ ନୁହେଁ ତୁମର
      ତଥାପି ଲାଗ ନିଜର
ଭାଙ୍ଗିନ କେବେ ହୃଦ ମୋର
ଜାଣେନା ତୁମକୁ......
ବନ୍ଧୁ ମହାନ୍ତି ପରି
      ବନ୍ଧୁ ହେବିନି ବୋଲି
ଜାଣିଛ ତୁମେ ପ୍ରଭୁ
   ଏମିତି ଡାକୁଛି ଖାଲି
ପାଦ ଧୋଇ ଆଖି ଲୁହରେ
    ଭକ୍ତ କିବା ହେବି ସତରେ
    ବୁଝୁନି ଏ ମୋର  ହୃଦ
ଜାଣେନା ତୁମକୁ......

Saturday, 11 July 2020

Odia poem by Tapaswini Behera from Puri,Odisha,India

ବାହାରେ ବର୍ଷା


ବାହାରେ ବର୍ଷା,,
ଖୁବ୍ ସାରା ବର୍ଷା...
ମୋ ମନ ଅଗଣାର
କଦମ୍ବ ବନଟା କିନ୍ତୁ
ମଉଳି ଗଲାଣି......
ଏଇ ଦେଖୁନ,,,,
ମୋ ହୃଦୟର ଓଦା ମାଟି,
କେମିତି ତୁମ ତତଲା ପ୍ରେମରେ
ଫାଟି ଆଁ କରିଲାଣି......

ତାକୁ ବି...
ତୁମ ଭାବନାରେ
ଭିଜିବା ଦରକାର,,
ଭରଷାର ବରଷାରେ
ତିନ୍ତିବା ଦରକାର,,
ଦେଇଥିବା ଦରଜକୁ
ଭୋଗିବା ଦରକାର.....

ହେଲେ କାଇଁଯେ.......
ହଉ ନ ହେଲା ନାଇଁ,,,
ବାନ୍ଧିଦେଲି ଦରୁଟିଆ ସ୍ମୃତି ସବୁ
ଗଣ୍ଠିଦେଇ ସାତସିଆଁ
ପଣତ କାନିରେ.........
ଉଡାଇଲି ମନଟାକୁ
ପଙ୍ଗୁଥିବା ପବନରେ,,
ପାପୁଲିଏ ପ୍ରତୀକ୍ଷାର
ଅନୁରକ୍ତ ଅଲୋଡା ପ୍ରେମରେ.......

ହେଲେ ସବୁଗଲାପରେ
ପରସ୍ତ ପରସ୍ତ ଖାଲି
ଦରସିଝା କ୍ଷତ,,,,,,
ପାହାଡର ପରଦା ପଛରେ ରହି
ମୁଦ ଦିଆ ଯଉଘରେ
କରୁଛି   ଉତ୍ପାତ.........

Hindi poem by Bharatee Mangaraj from Bhawanipatna,Odisha,India

मैं आपके जैसा   बनना चाहती  हूं...


पता नहीं आप हो कौन
हो कहां से
लेकिन आप के हर अंदाज़ से, हर बातों से,
मैं बहुत कुछ सीखती हूं
आपके वह प्रेरणा देने वाली बातें
सुन के,
मैं आपके जैसा बनना  चाहती हूं
मैं आपके जैसा बनना  चाहती हूं

अपनी कविता से लोगों का दिल
कभी कभार छु लिया करतीहूं
अबशाद में कोई हो तो
 मदत करने की कोशिश करतीरहती हूं
लेकिन आपके जैसे प्रेरित कर नहिं
पातीहूं

मैं आपके जैसा बनना  चाहती हूं
मैं आपके जैसा बोलना चाहती हूं....

जब मैं मायूस, परेशान थी
अंदर ही अंदर टूट गई थी,
वहीं समय आपसे प्रेरित होकर
खुदको संभालने लगी
हिम्मत होशले को बढ़ाई
ओर अभी मैं
आपको  सुक्रिया करने के लिए
मुस्कुराते हुए
दो चार लाइन लिखिहूं,

मैं आपके जैसा बनना  चाहती हूं
मैं आपके जैसा बोलना चाहती हूं.... 

Odia poetry by Gangotri Priyadarshini from Umerkote,Odisha,India

କାଲି ଶାଶୁ ଘର ଚାଲିଯିବି

ଯେବେ ଚାଲିଯିବି ମୁଁ ଶାଶୁ ଘର,
ମାଆଲୋ ଶରୀର ସିନା ଯିବ ଏଠୁ
ଆତ୍ମା ମୋର ରହିଯିବ  ,
ତୋ ପଣତ କାନି ଉହାଡେ
କାହାକୁ କହିବି ମନ କଥା
ତୋ ଝିଅ ତୋ ଆଖି ସାମ୍ନା ରେ
ପରଝିଅ ହେଇ ଯିବ ।।

ବାପା,ବାହାରୁ ଆସିଲେ ଏଥର
ଗ୍ଲାସରେ ପାଣି ,ଗାମୁଛା ଧରି ,
ମୁଁ ଆସି ପାରିବିନି
ଜାଣିଛି ମୋ ଗଲା ପରେ ,
କେତେ ଦିନ ଯାଏ ମୋ ନାଁ
ଆପେ ବାହାରି ଆସିବ;
ଦେଖ ଆଜି ଯାଏ ତୁମ ସମ୍ମାନ ରଖି
ସୁନା ଝିଅ ହେଇ ରହିଲି  ।।
ମାଆ ଆଉ ତୁମେ ,
ଏତିକି ଆଶୀର୍ବାଦ କରିବ
ପ୍ରତ୍ୟେକ ଜନ୍ମରେ
ମୁଁ ତୁମ ଝିଅ ହେଇ ଜନ୍ମିବି ।।

ଭାଇ ଏଥର ତୁ କାହାର ,
ରାଗ ଅଭିମାନ ମୋ ଉପରେ
ସାରି ପାରିବୁନି,
ମୁଁ ତୋତେ ବିରକ୍ତ କରେଇବା
ପାଇଁ ନଥିବି,
ଘର ତୋତେ ଲାଗିଲା
ସୁଖ ସୌଭାଗ୍ୟ ତୋତେ ଲାଗିଲା ।।
କଥା ଦେ ଭାଇ ଯେବେ ଆସିଲେ
ତୋ ଘର ପଖାଳ ଗଣ୍ଡେ ,
ସୁବିଧା ଅସୁବିଧାରେ ଭାଇ ତୋ ଆଶ୍ରା
କେବେ ଭଙ୍ଗିବୁନି ରାଣ ରହିଲା ।।

ସବୁ ଅଳି ଅର୍ଦ୍ଦଳି ଏରୁଣ୍ଡୀ ଏପଟେ
ଛାଡ଼ି ଯାଉଛି,
ପାଇ ଥିବା ସବୁ ସ୍ନେହ ସରାଗ ଏଇଠି
ଛାଡ଼ି ଯାଉଛି ,
କିଛି ଦିନ ମୋ ସ୍ୱର ଖାଲି ସୁଭିବ,
କେହି କିଛି ପ୍ରକାଶ ନକଲେ ବି
ମନେ ମନେ ମନ କାନ୍ଦିବ ।।
କଥା ଦଉଛି ସମସ୍ତଙ୍କୁ ନିଜର କରିବି
ଦୁଃଖରେ ସୁଖେରେ ଭାଗୀ ହେବି,
ଆଦର୍ଶ ବୋହୁ ହେଇ ଚଳିବି,
ପରିବାରର ସଂସ୍କାର ରକ୍ଷା କରିବି,
ସମସ୍ତଙ୍କୁ ମନେ ପକେଇ
ଓଢ଼ଣା ତଳେ ଖୁବ୍ କାନ୍ଦିବି ।।

English poetry by Er. Sushil Kumar Gochhayat from Koraput,Odisha,India

Retirement

Sit on my body 

And 

Beat me black and blue, 

Sit on my body 

And 

End the craving

Of my each licentious part. 

Yes, 

Oh! My retiree soul 

Before you leave, 

Give 

Condign punishment, 

Give 

Condign punishment, 

Maybe I get chance 

To behave truly 

To the urge of life, 

Maybe I get chance 

To recover myself 

To normalcy 

And 

You change 

Your plan of retirement.

Sunday, 28 June 2020

English poetry by Er. Sushil Kumar Gochhayat from Koraput,Odisha,India

 

Rebirth

Pick my soul from where you left it.
Stranded there, heat, rain and cold
all torment it
And my lifeless body silently
renders services for society.
Come back, come back,
pick my soul with you,
exhort it again
to mingle  with my body
For my rebirth.
Ruffling my hair again,
em-bosom me
to exude your plethora of love
promising that
you would never leave me
at any cost.

 

By  Er. Sushil Kumar Gochhayat
Quarter no- B 176,Sector-3
Nalco township,

Damanjodi,
Koraput,
Odisha-763008

Featured post

poetry priya by Madhab chanda Jena